Posts

ପ୍ଲାଷ୍ଟିକ ନିଷେଧ ଉପରେ ଜିଲ୍ଲା ପ୍ରୋଶାସୋନର ଗୁରୁତ୍ପୋ

Image
 ପାର୍ବଣ ଋତୁରେ ଖାଦ୍ୟ ସୁରକ୍ଷା ଓ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ନିଷେଧ ଉପରେ ଜିଲ୍ଲା ପ୍ରଶାସନର ଗୁରୁତ୍ୱ ନବରଙ୍ଗପୁର ପୌରପାଳିକାରେ ମିଳିତ ଏନଫୋର୍ସମେଣ୍ଟ ଅଭିଯାନ ୨୦୦ କିଲୋଗ୍ରାମ୍ ପ୍ଲାଷ୍ଟିକ୍ ଓ ଖାଦ୍ୟ ସାମଗ୍ରୀ ଜବତ; ୩୨ ହଜାର ଟଙ୍କା ଜରିମାନା ଆଦାୟ ନବରଙ୍ଗପୁର, ୭ ନଭେମ୍ବର ୨୦୨୬:  ପାର୍ବଣ ଋତୁରେ ଜନସାଧାରଣଙ୍କୁ ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବା ସହ ନିଷିଦ୍ଧ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ର ବ୍ୟବହାର ରୋକିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇ ଏନଫର୍ସମେଣ୍ଟକୁ ଜରଦାର କରିଛି। ଏହି ପରିପ୍ରେକ୍ଷୀରେ ଆଜି ନବରଙ୍ଗପୁର ପୌରପାଳିକା ଅଞ୍ଚଳରେ ଏକ ମିଳିତ ଏନଫୋର୍ସମେଣ୍ଟ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ପୃଷ୍ଟିଙ୍କ ଉପସ୍ଥିତି ଓ ମାର୍ଗଦର୍ଶନରେ ଏହି ଅଭିଯାନ ପରିଚାଳିତ ହୋଇଥିଲା।  ଏହି ଅଭିଯାନ ସମୟରେ ପ୍ରାୟ ୧୦୦ କିଲୋଗ୍ରାମ୍ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀ ଏବଂ ୧୦୦ କିଲୋଗ୍ରାମ୍‌ରୁ ଅଧିକ ଖାଦ୍ୟ ସାମଗ୍ରୀ ଜବତ କରାଯାଇଥିଲା। ଜବତ ଖାଦ୍ୟ ସାମଗ୍ରୀ ମଧ୍ୟରେ ଚିକେନ୍, ମାଛ, ଚିଙ୍ଗୁଡ଼ି, ମସଲା ଓ ଅନ୍ୟାନ୍ୟ ସାମଗ୍ରୀ ରହିଥିଲା। ଏଥିସହ କେତେକ ହୋଟେଲ ଓ ରେଷ୍ଟୁରାଣ୍ଟରେ ବ୍ୟବସାୟିକ କାର୍ଯ୍ୟରେ ଘରୋଇ ରନ୍ଧନ ଗ୍ୟାସ୍ ସିଲିଣ୍ଡର ବ୍ୟବହାର ହେଉଥିବା ମଧ୍ୟ ଚିହ୍ନଟ କର...

କଂଗ୍ରେସ ସଭାପତି ଡ. ଲିପିକା ମଝିଙ୍କ ଦ୍ୱାରା ଆୟୋଜିତ ସାମ୍ବାଦିକ ସୋମ୍ମିଳନି

Image
 ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ଡ. ଲିପିକା ମାଝୀଙ୍କ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀ (Press Conference) କରାଯାଇଥିଲା  ଏହି ସମୟର ଏକ ବଡ଼ ରାଜନୈତିକ ଖବର ସାମ୍ନାକୁ ଆସୁଛି। ନବରଙ୍ଗପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଡ. ଲିପିକା ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ପ୍ରେସମିଟ୍‌ରେ କଂଗ୍ରେସ ପର୍ଯ୍ୟବେକ୍ଷକ (Observers) ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜିଲ୍ଲା ସଭାପତି। ସେ କହିଛନ୍ତି ଯେ ଗଣତନ୍ତ୍ରକୁ ହତ୍ୟା କରିବା ସହ 'ଭୋଟ୍ ଚୋରି' କରାଯାଉଛି। ତେବେ କଣ ରହିଛି ସମ୍ପୂର୍ଣ୍ଣ ଖବର, ଆସନ୍ତୁ ଦେଖିବା ଆମର ଏହି ବିଶେଷ ରିପୋର୍ଟ। ରାହୁଲ ଗାନ୍ଧୀ ଏବଂ ଏଆଇସିସି (AICC) ସଭାପତି ମଲ୍ଲିକାର୍ଜୁନ ଖାଡଗେଙ୍କ ନିର୍ଦ୍ଦେଶକ୍ରମେ ସାରା ଦେଶରେ ଚାଲିଥିବା "ଭୋଟ୍ ଚୋର, ଗାଦି ଛାଡ଼" ଅଭିଯାନର ଏକ ଅଂଶସ୍ୱରୂପ ଓଡ଼ିଶା ପ୍ରଦେଶ କଂଗ୍ରେସ (PCC) ତରଫରୁ ଏହି ପ୍ରେସ୍ କନଫରେନ୍ସ କରାଯାଇଛି। ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଡ. ଲିପିକା ମାଝୀ ସ୍ପଷ୍ଟ କରିଛନ୍ତି ଯେ ନିର୍ବାଚନ ମଣ୍ଡଳୀ ଓ ଭୋଟ୍ ଗଣତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା କରାଯାଇ ଗଣତନ୍ତ୍ରର ହତ୍ୟା କରାଯାଉଛି। କେନ୍ଦ୍ର ସରକାର ନିର୍ବାଚନ କମିଶନଙ୍କ ଦୁରୁପଯୋଗ କରି ଲୋକଙ୍କ ଜନାଦେଶକୁ ଚୋରି କରୁଛନ୍ତି। ଏହି କାର୍ଯ୍ୟକ୍ରମରେ...

ଆଗାମୀ ବାତ୍ୟାକୁ ନେଇ କେହି ମଧ୍ୟ୍ୟ ଭୟଭିତ ହୁଅନ୍ତୁ ନାହିଁ

Image
 ସମ୍ଭାବ୍ୟ ବାତ୍ୟାକୁ ନେଇ କୋଷାଗୁମୁଡ଼ାରେ ପ୍ରସ୍ତୁତି ବୈଠକ ଆଗାମୀ ସମ୍ଭାବ୍ୟ ବାତ୍ୟାକୁ ନେଇ କୋଷାଗୁମୁଡ଼ା ବ୍ଲକ୍ ପ୍ରଶାସନ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଛି। ବ୍ଲକ୍ କାର୍ଯ୍ୟାଳୟସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ହୋଇଥିବା ଏହି ବୈଠକରେ ବାତ୍ୟାର ମୁକାବିଲା ଓ ଲୋକଙ୍କ ସୁରକ୍ଷାକୁ ନେଇ ଆଲୋଚନା କରାଯାଇଥିଲା। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଅକ୍ଟୋବର ୨୭ରୁ ୨୯ ତାରିଖ ମଧ୍ୟରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବାତ୍ୟା ପୂର୍ବରୁ ଲୋକଙ୍କୁ ସଚେତନ କରିବା, ଆବଶ୍ୟକ ପଡ଼ିଲେ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରିବା ଏବଂ ରିଲିଫ୍ ବ୍ୟବସ୍ଥା କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏହି ବୈଠକରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ବିଡିଓ ଆଶିଷ ତ୍ରିପାଠୀ, ତହସିଲଦାର ତୁଳା ମୁଦୁଲିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ। ପଞ୍ଚାୟତିରାଜ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଅଗ୍ନିଶମ, ପୁଲିସ, ବିଦ୍ୟୁତ୍ ଓ ଅନ୍ୟାନ୍ୟ ବିଭାଗର ମିଳିତ ସହଯୋଗରେ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଉପରେ ଆଲୋଚନା ହୋଇଥିଲା। ଏହି ସମୟରେ ସାଧାରଣ ଲୋକଙ୍କୁ ପ୍ରଶାସନର ନିର୍ଦ୍ଦେଶ ମାନିବା ସହ ସତର୍କ ରହିବା ଏବଂ ନିଜ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ନିବେଦନ କରାଯାଇଛି।

ଶ୍ରୀକାନ୍ତ ମିଶ୍ର ହେଲେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସୋମବାୟ ସେଲ ଶୋଭାପୋତି

Image
 ଶ୍ରୀକାନ୍ତ ମିଶ୍ର ହେଲେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସମବାୟ ସେଲ ସଭାପତି , ନବରଙ୍ଗପୁର -22:10:26- ବରିଷ୍ଠ ସମବାୟ ବିତ, ରାଜ୍ୟ କଂଗ୍ରେସ ର ଯୁବ ଚେହେରା, ପାପଡାହାଣ୍ଡି ବ୍ଲକ କଂଗ୍ରେସ ର ପୂର୍ବତନ ସଭାପତି, ମୈଦଲପୁର ଲେମ୍ପସ ର ନିର୍ଦେଶକ, ସଫଳ ଚାଷୀ ଶ୍ରୀକାନ୍ତ ମିଶ୍ର ଙ୍କୁ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସମବାୟ ସେଲ ର ଜିଲ୍ଲା ସଭାପତି ଭାବେ ରାଜ୍ୟ କଂଗ୍ରେସ ସମବାୟ ସେଲ ସଭାପତି ଶ୍ରୀ ଅମୀୟ କୁମାର ପଟ୍ଟନାୟକ 21:10:26 ତାରିଖ ରେ ନିଯୁକ୍ତି କରିଛନ୍ତି ଏବଂ ଜିଲ୍ଲା କଂଗ୍ରେସ ସଭାପତି ଙ୍କୁ ତତ୍କାଳ କାର୍ଯ୍ୟକାରୀ କରିବାକୁ ପତ୍ର ପ୍ରଦାନ କରିଛନ୍ତି l ଶ୍ରୀକାନ୍ତ ମିଶ୍ର ଦୀର୍ଘ 35 ବର୍ଷ ହେବ କଂଗ୍ରେସ ଦଳ ରେ ଜଣେ ଶୃଙ୍ଖଳିତ ଓ ଆଗଧାଡିର କର୍ମୀ ଭାବେ ରହିଆସିଛନ୍ତି l ସେ ଲଗାତାର ଦୀର୍ଘ 12 ବର୍ଷ ଧରି ପାପଡାହାଣ୍ଡି ବ୍ଲକ କଂଗ୍ରେସ ସଭାପତି ଭାବେ କାର୍ଯ୍ୟ କରିଛନ୍ତି ଏବଂ 3 ଥର ନିର୍ଦ୍ବନ୍ଦ ରେ ମୈଦଲପୁର ଲେମ୍ପ ର ନିର୍ଦେଶକ ଭାବେ ନିର୍ବାଚିତ ହୋଇଛନ୍ତି l ସେ ତ୍ରିଣୁମୁଳ ସ୍ତରରୁ ଲୋକଙ୍କ ସହିତ ଜଡିତ ରହି ସେବା କାର୍ଯ୍ୟ କରି ଆସୁଛନ୍ତି l ତାଙ୍କରି ଏହି ନିଯୁକ୍ତି ଫଳରେ ଜିଲ୍ଲାର ଚାଷୀଙ୍କ ମହଲ ରେ ଖୁସି ର ଲହରୀ ଖେଳିଯାଇଛି ତାଙ୍କରି ଏହି ନିଯୁକ୍ତି ପାଇଁ ସେ ରାଜ୍ୟ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ, ରାଜ୍ୟ ସମବାୟ ସେଲ ସଭାପତି ଶ୍ରୀ ଅମୀୟ କୁମାର ପଟ୍ଟନାୟକ, ପଟାଙ୍ଗି ବିଧାୟକ ଶ୍ରୀ...

ବଜରଙ୍ଗ ଦଳର ଦାଣ୍ଡିଆ ଓ ଗର୍ବା ନୃତ୍ୟ

Image
 ରାଜା ଚୈତନ୍ୟ ନୋଡାଲ ନୋଡାଲ ବିଦ୍ୟାଳୟ ପଡ଼ିଆରେ ବଜରଙ୍ଗ ଦଳର ଦାଣ୍ଡିଆ ଓ ଗର୍ବା ନୃତ୍ୟ  ନବରଙ୍ଗପୁର: ଶାରଦୀୟ ନବରାତ୍ରୀ ଅବସରରେ ସ୍ଥାନୀୟ ରାଜା ଚୈତନ୍ୟ ନୋଡାଲ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ବଜରଙ୍ଗ ଦଳ ପକ୍ଷରୁ ଦାଣ୍ଡିଆ ଓ ଗର୍ବା ନୃତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନବରଙ୍ଗପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରିଡା ସଙ୍ଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ , ଟେଲିଫିଲ୍ମ ନିର୍ଦ୍ଦେଶକ ତଥା ଜିଲ୍ଲା କ୍ରୀଡ଼ା ସଂଘର ସହସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଏବଂ ବଣିକ ସଂଘର ବରିଷ୍ଠ ସଦସ୍ୟ ମୂର୍ତ୍ତି ବାବୁ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ କଳାକାରଙ୍କୁ ଉତ୍ସାହିତ କରିଥିଲେ। ପ୍ରାରମ୍ଭରେ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମରେ ଦଳଗତ ଓ ଏକକ ନୃତ୍ୟ ପରିବେଷଣ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣ ରୁ ଅନେକ ନୃତ୍ୟ ଦଳ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସୂରଜ ହରିଜନ, ଆକାଶ ନାୟକ, ସିଦ୍ଧାନ୍ତ ହରିଜନ, ପିନତି ନାୟକ, ଶ୍ରବଣ ନାୟକ, କେ. କିରଣ, ରବୀନ୍ଦ୍ର ସାହୁ, ବିଜୟ ହରିଜନ, ଶୁଭମ ଚୌଧୁରୀ, ଆଶିଷ କୁମାର ପାତ୍ର, ମୋହନ ହରିଜନ, ଶ୍ରୀରାମ ଭତ...

ଡାବୁଗାଁ ନିର୍ବାଚନ ଜନପ୍ରିୟ .AML ମନୋହର ରନ୍ଧାରିଙ୍କୁ 1000 ସାଲୁଟ

Image
 ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରୀ ପୂର୍ବରୁ ନବରଙ୍ଗପୁର ଜିଲ୍ଲାରେ ବିଧାୟକ ଥିଲେ ଆଉ ସେ ବହୁତ ଭଲ ଭଲ କାମ କରି ଆସିଛନ୍ତି। ତାଙ୍କ ସମୟରେ ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ପାନୀୟ ଜଳ ଏବଂ ଗରିବ ଲୋକଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା ହୋଇଥିଲା। ଲୋକଙ୍କ ସୁଖ ଦୁଃଖରେ ସବୁବେଳେ ଛିଡା ହୋଇଥିଲେ। ଏବେ ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ମଧ୍ୟ ସେ ସେହି ଭଳି ବହୁତ ଭଲ ଭଲ କାମ କରି ଆସୁଛନ୍ତି। ଗାଁ ଗାଁ କୁ ରାସ୍ତା ସଂଯୋଗ, ସ୍କୁଲ ଉନ୍ନତି, ମେଡିକାଲ ସୁବିଧା, ଚାଷୀ ଏବଂ ମହିଳା ମାନଙ୍କ ପାଇଁ ବିଭିନ୍ନ ଯୋଜନାକୁ ସେ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ଏହିପରି ଜନସେବା ଏବଂ ବିକାଶ ମୂଳକ କାମ ଦେଖି ଡାବୁଗାଁ ନିର୍ବାଚନ ମଣ୍ଡଳୀ ଏବଂ ସମଗ୍ର ନବରଙ୍ଗପୁର ଜିଲ୍ଲାବାସୀ ତାଙ୍କୁ 1000 ଗୁଣରେ ସାଲୁଟ କରୁଛନ୍ତି। ବର୍ତମାନ ଚାଲିଥିବା ଜନସମ୍ପର୍କ ପଦଯାତ୍ରାରେ ସେ ପ୍ରତି ଗାଁ, ପ୍ରତି ଘରକୁ ଯାଇ ଅନେକ ଲୋକଙ୍କ ଦୁଃଖ ସୁଖର ଭାଗିଦାର ହେଉଛନ୍ତି। ଲୋକଙ୍କ କଥା ଶୁଣୁଛନ୍ତି, ସମସ୍ୟା ବୁଝୁଛନ୍ତି ଏବଂ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ଏହିପରି ନେତା, ଏହିପରି ବିଧାୟକ ହିଁ ଆମ ନିର୍ବାଚନ ମଣ୍ଡଳୀ ପାଇଁ ଆବଶ୍ୟକ.

ଇନ୍ଦ୍ରାବତି ଜୋଳଭଣ୍ଡାର ପରିଦର୍ଶନ କଲେ ନବରଙ୍ଗପୁର ଜିଲ୍ଲା ପାଳ

Image
 ଇନ୍ଦ୍ରାବତୀ ଜଳଭଣ୍ଡାର ପରିଦର୍ଶନ କଲେ ଜିଲ୍ଲାପାଳ; ନଦୀ ଉଭୟ ପାର୍ଶ୍ୱର ମରାମତି ପାଇଁ ଡିପିଆର ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ* ନବରଙ୍ଗପୁର, ୧୫ ଅକ୍ଟୋବର ୨୦୨୬: ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଆଜି ଇନ୍ଦ୍ରାବତୀ ଜଳଭଣ୍ଡାର ଓ ଖାତିଗୁଡ଼ା ଡ୍ୟାମ୍ ପରିଦର୍ଶନ କରି ଡ୍ୟାମ୍‌ ଭିତ୍ତିଭୂମିର ବର୍ତ୍ତମାନ ସ୍ଥିତି ଅନୁଧ୍ୟାନ କରିବା ସହ ଡ୍ୟାମ୍ ପରିସରର ରକ୍ଷଣାବେକ୍ଷଣ ଓ ଆନୁଷଙ୍ଗିକ ବିକାଶ ସମ୍ପର୍କିତ ବିଷୟଗୁଡ଼ିକର ସମୀକ୍ଷା କରିଥିଲେ। ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ଅଧୀନରେ ନିୟୋଜିତ ୪୬ ଜଣ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ। ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅବଗତ କରାଯାଇଥିଲା ଯେ, ଉକ୍ତ ୪୬ ଜଣ କର୍ମଚାରୀଙ୍କ ୧୦ ମାସର ବକେୟା ଦରମା ପ୍ରଦାନ ପାଇଁ ଅର୍ଥ ବିଭାଗର ଅନୁମୋଦନ ପାଇଁ ଫାଇଲ୍ ପଠାଯାଇଛି। ଅନୁମୋଦନ ମିଳିବା ପରେ ଖୁବ୍‌ଶୀଘ୍ର ସମସ୍ତଙ୍କ ଦରମା ପ୍ରଦାନ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେବା ସହ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମ୍ ଅଞ୍ଚଳରେ ଦେଖାଦେଇଥିବା ସମସ୍ୟା ସମ୍ପର୍କରେ ମଧ୍ୟ ଅଧିକାରୀମାନେ ତାଙ୍କୁ ଅବଗତ କରାଇଥିଲେ। ଏହାପରେ ନଦୀର ଉଭୟ ପାର୍ଶ୍ୱର ସାମଗ୍ରିକ ବିକାଶ ନିମନ୍ତେ ଏକ ବିସ୍ତୃତ ଡିପିଆର ପ୍ରସ୍ତୁତ ସହ ବିଭାଗକୁ ପ୍ରେରଣ କରିବା ଏବଂ କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ ସମ୍ପର୍କିତ ପଦକ୍ଷେପଗୁଡ଼ିକର ତ...